ଭିଜିଲାନ୍ସ ଜାଲରେ କିରାଣି

ଅନୁଗୋଳ ଅଫିସ,୨।୧୨: ଅନୁଗୋଳ ଜିଲା ବଅଁରପାଳ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ବିଜୟ କୁମାର ମହାପାତ୍ର ଲାଞ୍ଚନେଉଥିବା ବେଳେ ସୋମବାର ଅନୁଗୋଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଜୟ ନିଶା ଥାନା ଅନ୍ତର୍ଗତ ତୁବେ ଆରଆଇ ଅଧୀନରେ ଥିବା ପଥୁରିଆ ଗାଁର ଦେବେନ୍ଦ୍ର କୁରମା ଅମାନ୍ତଙ୍କ ଜାଗା ଚିହ୍ନଟ କରିବାକୁ ୧୫ ଶହ ଟଙ୍କା ଲାଞ୍ଚ ନେଉଥିଲା ବେଳେ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Share