ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ। ଆୟ ବର୍ହିଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ସ୍ଥାନୀୟ ୟୁନିଟ୍‌-୬ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ୩ ସ୍ଥାନରେ ଏକକାଳୀନ ରେଡ୍‌ ଜାରି ରହିଛି। ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ସହ ୯ଟି ପ୍ଲଟ, ୨ ଘର ଏବଂ ବ୍ୟାଙ୍କ ବାଲାନ୍ସ ସହ ୩ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କରାଯାଇଛି। ଚନ୍ଦକା, ଅରଗୋଳ, ସୁନ୍ଦରପଦା, ବାଲିଅନ୍ତା, ଉତ୍ତରା ଓ ପିପିଲିରେ ତାଙ୍କର ପ୍ଲଟ ରହିଥିବା ସୂଚନା ମିଳିଛି। ସେହିଭଳି ୧୦ ବ୍ୟାଙ୍କ ଆକାଉଣ୍ଟ, ୨୫ଲକ୍ଷ ଟଙ୍କାର ଏଲ୍‌ଆଇସି ବଣ୍ଡ, ୩୨ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍‌ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ସେହିପରି ଏକ ମାରୁତି କାର୍‌ ଏବଂ ଅନ୍ୟ ୩ଟି ବାଇକ ଥିବା ଭିଜିଲାନ୍ସ ସୂଚନା ଦେଇଛି।

Share