ଭିଜିଲାନ୍ସ ଜାଲରେ କୋଟିପତି ଫରେଷ୍ଟର

ଫୁଲବାଣୀ ଅଫିସ,୨୭।୧୨: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କୋଟିପତି ଫରେଷ୍ଟର। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟରଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବ୍ରାହ୍ମଣୀ ଗାଁ ବନାଞ୍ଚଳରେ କାର୍ଯ୍ୟରତ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କ ବାଲିଗୁଡ଼ା ବଜାରସ୍ଥିତ ବାସଭବନ ସମେତ ଅନ୍ୟ ୭ଟି ସ୍ଥାନରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଫୁଲବାଣୀ ଭିଜିଲାନ୍ସ ଡିଏସ୍‌ପି ରବିକାନ୍ତ ସୁନା ସୂଚନା ଦେଇଛନ୍ତି।

Share