ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଇଓ ଅଫିସ ମୁଖ୍ୟ କିରାଣୀ

ବଲାଙ୍ଗୀର ଅଫିସ, ୨୦ା୮: ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଡମନ୍‌ ପ୍ରସାଦ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକ ହାଡୁ ଭୋଇଙ୍କ ଏସିପି ଏରିଅର ବିଲ୍‌ କରାଇଦେବାକୁ ମିଶ୍ର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।  ଏ ନେଇ ଶିକ୍ଷକ ଭୋଇ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଟିମ୍‌ ମଙ୍ଗଳବାର ମଧ୍ୟାହ୍ନରେ ଗୁଡଭେଲା ବିଇଓ ଅଫିସରେ ଚଢ଼ାଉ କରିଥିଲେ।  ମୁଖ୍ୟ କିରାଣୀ ମିଶ୍ରଙ୍କଠାରୁ ଆବଶ୍ୟକ କାଗଜପତ୍ର ସହ ଲାଞ୍ଚ ଟଙ୍କା ଭିଜିଲାନ୍ସ ଟିମ୍‌ ଜବତ କରି ତାଙ୍କୁ ଗିରଫ କରିଛନ୍ତି ।