ଭବାନୀପାଟଣା,୮।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଏଏସ୍ଆଇ ରାଜ କପୁର ବେହେରା ରବିବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଏକ ଜମିଜମା ସମନ୍ଧୀୟ କେସ ସମାଧାନ ପାଇଁ ଡୁଡ଼କେଲ ଗ୍ରାମର ତ୍ରିନାଥ ନାଏକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଏଏସ୍ଆଇ ବେହେରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।