ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ରେଞ୍ଜର

କଟକ ଅଫିସ,୨୭।୫: ବେଆଇନ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର ମନମୋହନ ସ୍ବାଇଁଙ୍କୁ ମଙ୍ଗଳବାର ସକାଳେ ଧରିଛି ଭିଜିଲାନ୍ସ। ସେ ଏକ ବୋଲେରୋ (ଓଡି୦୨ ଏପି ୪୨୮୮)ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଆସୁଥିଲେ। ମହାନଦୀର ମୁଣ୍ଡଳୀ ବ୍ରିଜ୍‌ ପାଖରେ କଟକ ଭିଜିଲାନ୍ସ ସେଲ୍‌ ତାଙ୍କୁ ଅଟକାଇ ଗାଡ଼ି ତଲାସି କରିଥିଲା। ଏତିକିବେଳେ ଗାଡ଼ି ଭିତରୁ ୨ ଲକ୍ଷ ୭୯ ହଜାର ୩ ଶହ ଟଙ୍କା ମିଳିଥିଲା। ଏ ଟଙ୍କାର ଉତ୍ସ ସମ୍ପର୍କରେ ରେଞ୍ଜର ସ୍ବାଇଁ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୋଲିସ ଟଙ୍କାକୁ ଜବତ କରିଛି। ବିଭିନ୍ନ ସୂତ୍ରରୁ ରେଞ୍ଜର ସ୍ବାଇଁ ପ୍ରଚୁର ଟଙ୍କା ସଂଗ୍ରହ କରୁଥିବା ଅଭିଯୋଗ ଭିଜିଲାନ୍ସ ପାଖରେ ପହଞ୍ଚତ୍ଥିଲା। ଦୀର୍ଘ ଦିନ ହେଲା ତାଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିବା ଭିଜିଲାନ୍ସ ମଙ୍ଗଳବାର ସକାଳେ ତାଙ୍କୁ ଧରିଛି। ଏହା ପରେ ରେଞ୍ଜରଙ୍କ ଛେଣ୍ଡିପଦାସ୍ଥିତ ସରକାରୀ କ୍ବାର୍ଟର ଓ କାର୍ଯ୍ୟାଳୟରେ ଚଢ଼ାଉ କରି ୫୦ ହଜାର ଟଙ୍କା ଜବତ କରାଯାଇଛି। ସେହିଭଳି ଯାଜପୁର ଜିଲା ଧର୍ମଶାଳା ଥାନା ଅର୍ନ୍ତଗତ ଖଣ୍ଡିବନ୍ଧସ୍ଥିତ କୋଠା ଓ ବଲାଙ୍ଗିର ସହରସ୍ଥିତ ଭଡ଼ାଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲା। ରିପୋର୍ଟ ଲେଖା ହେବା ବେଳକୁ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଫଳ ଚାଷୀ: ଜାଣନ୍ତୁ କାହିଁକି

କେସିଙ୍ଗା,୮।୧୦(ତୁମେଶ୍ୱର ସାହୁ): ଜଳସମ୍ପଦ ବିଭାଗ ସେଚାଞ୍ଚଳ ଉନ୍ନୟନ ବିଭାଜନ ୬ ଭବାନୀପାଟଣା ପକ୍ଷରୁ କେସିଙ୍ଗା ବ୍ଳକର କାଣ୍ଡେଲଗ୍ରାମସ୍ଥିତ କରନାଲି କାଣ୍ଡେଲ-୨ରେ ସଫଳ ଚାଷୀଙ୍କୁ ଜଳସେଚିତ କରିବା...

ବିକଳାଙ୍ଗ ଶିଶୁ କନ୍ୟା ଜନ୍ମ ପରେ ଶାଶୁଘର ଲୋକେ ଦେଉଥିଲେ ନିର୍ଯାତନା: ସହି ନ ପାରି…

କୁଜଙ୍ଗ,୮ା୧୦(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଚଟୁଆ ପଞ୍ଚାୟତ ପୋଖରିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୨ ଶିଶୁକନ୍ୟାଙ୍କୁ...

ମାମଲା ନ ଥିଲେ ଅଧିକାରୀ ହୋଇପାରିବେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଓଏସ୍‌ଡି

ଭୁବନେଶ୍ୱର,୮ା୧୦(ଅନିଲ ଦାସ): ଯେଉଁ ଅଧିକାରୀମାନଙ୍କୁ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବ କିମ୍ବା ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯିବ, ସେମାନଙ୍କ ନାଁରେ କୌଣସି ପ୍ରକାର ଶୃଙ୍ଖଳାଗତ ମାମଲା, ଭିଜିଲାନ୍ସ...

ଆମାଜନରେ ମିଳିବ ଏନ୍‌ସିଇଆର୍‌ଟି ପୁସ୍ତକ: ଧର୍ମେନ୍ଦ୍ର

ଭୁବନେଶ୍ୱର,୮।୧୦(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନ୍‌ସିଇଆର୍‌ଟି ଏବଂ ଅନ୍ୟତମ ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ...

ସିରିପାଇ ସରପଞ୍ଚଙ୍କୁ ବଡ଼ ଝଟ୍‌କା: ପଦ ଅସିଦ୍ଧ ଘୋଷଣା କଲେ କୋର୍ଟ

ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ସିରିପାଇ ପଞ୍ଚାୟତର ସରପଞ୍ଚ ଇଚ୍ଛାମନ ମାଝିଙ୍କ ପଦ ରଦ୍ଦ ହୋଇଥିବା ଅତିରିକ୍ତ ଜିଲା ଦୌରାଜଜ୍‌...

ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ବ୍ରାହ୍ମଣୀପାଳ ରେଞ୍ଜ ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ...

ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼, ୨ ଜଣଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା/ସିନାପାଲି,୭।୧୦(ଉତ୍ତମ କୁମାର ଦାଶ/ମନଫୁଲ ମେହେର): ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକଠାରେ ରବିବାର ରାତିରେ ନିଳାମ୍ବର ମେହେର ନାମକ ଜଣେ ଫାଷ୍ଟଫୁଡ଼ ଦୋକାନୀଙ୍କୁ...

ଧାନ ପରିବହନ ଗାଡିର କାଗଜପତ୍ର ଠିକ୍‌ ନ ଥିଲେ ହେବ କାର୍ଯାନୁଷ୍ଠାନ: କଟକଣା ପରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ,୭।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ମାତ୍ର ମାସେ ରହିଛି। ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ନୂଆ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri