ଭବାନୀପାଟଣା,୨୫।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସର୍ବଶିକ୍ଷା ଅଭିଯାନ ଅଫିସରେ କାର୍ଯ୍ୟରତ ଜେଇ ଅଭୟ ପତିଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଭଡ଼ାଘର ସମେତ ଢେଙ୍କାନାଳ, ଭୁବନେଶ୍ୱର, କଟକ, ପୁରୀ, ସୁକିନ୍ଦା ପରି ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରିରହିଛି। ଭବାନୀପାଟଣା ଭଡ଼ାଘରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଚାଲିଛି। କଟକର ଭିଜିଲାନ୍ସ ଟିମ୍ ଭବାନୀପାଟଣାରେ ଚଢ଼ାଉ କରିଥିବା ଜଣାପଡ଼ିଛି।