ଭିଜିଲାନ୍ସ ଜାଲରେ ଡିଆର୍‌ଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି

ଭବାନୀପାଟଣା, ୩୧।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଖ୍ୟ କିରାଣି ହରପ୍ରସାଦ ଆଚାର୍ଯ୍ୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ଭବାନୀପାଟଣାସ୍ଥିତ ରାମନଗର ପଡା, ମନ୍ଦାରବଗିଚା ପଡା ସମେତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି। ହରପ୍ରସାଦଙ୍କ ରାମନଗରପଡାଠାରେ ତିନି ମହଲା ବିଶିଷ୍ଟ କୋଠା ରହିଛି। ଚଢାଉ ପ୍ରାଥମିକ ସ୍ତରରେ ରହିଥିଲେ ହେଁ ଆନୁମାନିକ ସମ୍ପତ୍ତି କୋଟିଏ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ସୋମବାର ଭିଜିଲାନ୍ସ ଟିମ୍‌ର କୋଟିପତି ଜୁନାଗଡ ରେଞ୍ଜର ଘରୁ ଉପରେ ଚଢାଉ ଓ ଆଜି ଡିଆରଡିଏ ମୁଖ୍ୟ କିରାଣିଙ୍କ ଘର ଉପରେ ଚଢାଉ ଦ୍ୱାରା ଲାଞ୍ଚୁଆ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି।