Advertisement

ଭିଜିଲାନ୍ସ ଜାଲରେ ଫରେଷ୍ଟର : ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ

ବୌଦ୍ଧ,୨୬।୯(ସ୍ବ.ପ୍ର.): ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ବୌଦ୍ଧର କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଗୁରୁବାର ସକାଳୁ ଭିଜିଲାନ୍ସ କର୍ମଚାରୀମାନେ ଜଗବନ୍ଧୁଙ୍କ ରଇଠାଣିସ୍ଥିତ ଘର, ଗ୍ରାମରେ ଥିବା ଘର, ଭଡ଼ା ଦେଇଥିବା ଘର ଏବଂ ଅଫିସରେ ମଧ୍ୟ ଏକକାଳୀନ ଚଢ଼ାଉ ଜାରି ରହିଥିବା ବୌଦ୍ଧ ଭିଜିଲାନ୍ସ ଡିଏସ୍‌ପି ରତିକାନ୍ତ ସୁନା ସୂଚନା ଦେଇଛନ୍ତି। ବର୍ତ୍ତମାନ ଜଗବନ୍ଧୁଙ୍କ ସମ୍ପତ୍ତିର କାଗଜପତ୍ର ଯାଞ୍ଚ ଚାଲିଛି। ପରେ ଏହାର ଆକଳନ କରାଯିବ। ଏହି ଚଢ଼ାଉରେ ୨୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share