ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ କନିଷ୍ଠ କିରାଣି

ଲଖନପୁର,୧୧।୭(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣି ଇନକ୍ରିମେଣ୍ଟ କରାଇ ଦେବା ପାଇଁ ଶିକ୍ଷକ ସତ୍ୟନାରାୟଣ ବେହେରାଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ହେଲେ ଅରୁଣ କୁମାର ପାଢ଼ୀ ।
ବିଇଓ କାର୍ଯ୍ୟାଳୟ ଓ କିରାଣିଙ୍କ ବେଲପାହାଡସ୍ଥିତ ବାସଭବନରେ ଚଢାଉ କରାଯାଇ କେତେକ କାଗଜପତ୍ର ଜବତ ହୋଇଛି। ସମ୍ବଲପୁର ଭିଜିଲାନ୍ସ ବିଭାଗ କେସ ନଂ. ୧୯/୧୯ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିଛି ।