ଭିଜିଲାନ୍ସ ଜାଲରେ ବ୍ୟାସନଗର ପୌରପରିଷଦ ସହକାରୀ ଯନ୍ତ୍ରୀ

ଯାଜପୁର ରୋଡ, ୨୧।୮(ନି:ପ୍ର.): ଲାଞ୍ଚ ନେବା ଅଭିଯୋଗରେ ଯାଜପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ୟାସ ନଗର ପୌରପରିଷଦର ସହକାରୀ ଯନ୍ତ୍ରୀ ପ୍ରହ୍ଲାଦ ମହାପାତ୍ରଙ୍କୁ ଗିରଫ କରାଯାଇଛି। ଜଣେ ଠିକାଦାରଙ୍କଠାରୁ ଯନ୍ତ୍ରୀ ପ୍ରହ୍ଲାଦ ୩୮୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ଅନୁସାରେ ତାଙ୍କୁ ଭିଜିଲାନ୍ସ ବିଭାଗ କାବୁ କରିଛନ୍ତି। ଜିଲା ପ୍ରଶାସନ ନିକଟରେ ବହୁ ଦୁର୍ନୀତି ଅଭିଯୋଗ ହୋଇଥିଲା ।