ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା,୧୭।୧(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳେ ଅନାମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ବାସଭବନ, ମଦନପୁର ରାମପୁରରେ ଥିବା ଏକ ହୋଟେଲରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଥିବା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମାହାନନ୍ଦ ସୂଚନା ଦେଇଛନ୍ତି।

Share