ଭିଜିଲାନ୍ସ ଜାଲରେ ଭେଡେନ ତହସିଲ ଅମିନ

ବରଗଡ଼ ଅଫିସ, ୧୮।୨- ବରଗଡ଼ ଜିଲା ଭେଡେନ ତହସିଲ ଅଫିସରେ କାର୍ଯ୍ୟରତ ଅମିନ ଲଲିତ ମେହେର ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଜମି ଚିହ୍ନଟ(ଡିମାରକେଶନ) ପାଇଁ ଅଛାଣ୍ଡପାଲି ଗ୍ରାମର କ୍ଷୀରସିନ୍ଧୁ ଡାଙ୍ଗଙ୍କଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଅତର୍କିତ ଚଢାଉ କରି ତାଙ୍କୁ ଗିରଫ କରିଥିଲେ। ତାଙ୍କ ପାଖରୁ ରାସାୟନିକ ପ୍ରଲେପ ଦିଆହୋଇଥିବା ୨ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

Share