ଭିଜିଲାନ୍ସ ଜାଲରେ ରେଞ୍ଜର

ଧର୍ମଗଡ,୩୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବନ ବିଭାଗ ରେଞ୍ଜର ଲକ୍ଷ୍ମଣ ଶବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଲକ୍ଷ୍ମଣଙ୍କ ପୈତୃକ ଘର ଲଡୁଗାଁ, ଶ୍ୱଶୁର ଘର ତୁନଗାଁରେ ଏକକାଳୀନ ଚଢାଉ ଜାରି ରହିଥିବାବେଳେ ଜୁନାଗଡ ରେଞ୍ଜ ଅଫିସରେ ଗୋଟିଏ ଟିମ୍‌ ଚଢାଉ ପାଇଁ ଉପସ୍ଥିତ ରହିଛି। କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି।