ଭିଜିଲାନ୍ସ ଜାଲରେ ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ

ବାଲେଶ୍ୱର ଅଫିସ,୨୨।୧: ବାଲେଶ୍ୱର ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟର ୨ କର୍ମଚାରୀ ଲାଞ୍ଚନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କିରାଣି ସତ୍ୟବ୍ରତ ବେହେରା ଓ ଅସ୍ଥାୟୀ ଡାଟା ଏଣ୍ଟ୍ରି କର୍ମଚାରୀ ମିନାକ୍ଷି ସିଂଙ୍କୁ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି। ବାଲେଶ୍ୱର କାହାଳିଆ ଅଞ୍ଚଳର ରାକେଶ ମହଲ ନାମକ ଜଣେ ବ୍ୟକ୍ତିଙ୍କ ଲେବର କାର୍ଡ ରିନ୍ୟୁ କରିବା ପାଇଁ ସେମାନେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଥିଲେ।

Share