ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର

ନବରଙ୍ଗପୁର,୨୭।୧୨(ବି.ପ୍ର.): ଉମରକୋଟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ମୋହନ ପାତ୍ର ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ଅପରାହ୍ନ ସାଢ଼େ ୩ଟା ସମୟରେ ସେ ଡାବୁଗାଁଠାରେ ପାଇପ୍‌ ଯୋଗେ ପାନୀୟ ଜଳ ପ୍ରକଳ୍ପର ୧୮ ଲକ୍ଷ ବିଲ୍‌ କରିବା ପାଇଁ ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ତେବେ ଚଢ଼ାଉରେ ମାଲକାନଗିରି ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳ, ନବରଙ୍ଗପୁର ଇନ୍ସପେକ୍ଟର ଦିନବନ୍ଧୁ ବେହେରା, ରାୟଗଡ଼ା ଇନ୍ସପେକ୍ଟର ପ୍ରମୀଳା ସୁନା, ଜୟପୁର ଇନ୍ସପେକ୍ଟର ସୁବାସ ବିଶୋୟୀ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ। ଏ ନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି।