ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନିମାପଡ଼ା,୧୬।୯(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଜଳସେଚନ ବିଭାଗ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନିମାପଡ଼ାସ୍ଥିତ ବାସଭବନ, ସରକାରୀ ଅଫିସ, କ୍ୱାର୍ଟର୍ସ  ସମେତ ବଳଙ୍ଗା – ପୁରୀ ଅଞ୍ଚଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଡିସିପି ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ନିମାପଡ଼ା, ପୁରୀ, ବଳଙ୍ଗା ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉବେଳେ ଭିଜିଲାନ୍ସ ଅଫିସରମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଭିଜିଲାନ୍ସ ଅଧିକାରୀଙ୍କଠାରୁ ଜଣାପଡ଼ିଛି।

Share