ଭିଜିଲାନ୍ସ ଜାଲରେ ୧୪୪ ପୋଲିସ ଅଧିକାରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଚ୍ଛ ଶାସନ ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ନୀତିର ମୋହ ଛାଡ଼ୁନାହିଁ। ଗତ ୫ ବର୍ଷ (୨୦୧୪-୧୦୧୯)ମଧ୍ୟରେ ରାଜ୍ୟ ସରକାରଙ୍କ ୧୪୪ ଜଣ ପୋଲିସ ଅଧିକାରୀ ଦୁର୍ନୀତି, ଲାଞ୍ଚ ନେବା ଏବଂ ଆୟ ବହିର୍ଭୂତ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ବିଧାୟକ ଅଙ୍ଗଦ କଅଁରଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୫ ଫେବୃୟାରୀ ୧୨ ତାରିଖରେ ବୌଦ୍ଧ ଜିଲାର ବାଉଁଶୁଣି ଥାନା ଏସ୍‌ଆଇ ଯମ୍ବେଶ୍ୱର ଦୀପ ଲାଞ୍ଚ ନେଉଥିବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ମାମଲା କରାଯାଇଥିଲା। ତଦନ୍ତ ଶେଷ ହେବା ପରେ ଭିଜିଲାନ୍ସ କୋର୍ଟରେ ଏକ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଦୀପଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share