ଭିଜିଲାନ୍ସ ହାତରେ ବିଞ୍ଝାରପୁରର ଏଏସ୍‌ଆଇ

ବିଞ୍ଝାରପୁର,୧୪।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଜାରପୁର ଥାନାର ଏଏସ୍‌ଆଇ ଯୁଧିଷ୍ଟର ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଥାନା କେଶ ନଂ ୩୭/୧୯ରେ ଚାର୍ଜସିଟ୍‌ କୋହଳ କରିବାକୁ ବାଇଧର ମଲ୍ଲିକଙ୍କ ଠାରୁ ସେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବାଇଧର ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ତେବେ ପୂର୍ବ ଯୋଜନା ମୁତାବକ ଗୁରୁବାର ସକାଳେ ବାଇଧର ଯୁଧିଷ୍ଟିରଙ୍କୁ ତାଙ୍କ ବାସଭବନରେ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି।

Share