ଭିଜିଲାନ୍ସ ହାତରେ ମାଲକାନଗିରି ଜିଲା ଯୋଗାଣ ଅଧିକାରୀ

ଜୟପୁର, ୧୭।୮(ନି.ପ୍ର.): ମାଲକାନଗିରି ଜିଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଖବର ଲେଖାଯିବା ସୁଦ୍ଧା କାଗଜ ପତ୍ର ଯାଞ୍ଚ କରାଯାଉଥିବା ଯୋଗୁ ଯାଞ୍ଚ ପରେ ସମସ୍ତ ତଥ୍ୟ ଜଣାପଡ଼ିବ।

ସୂଚନାନୁଯାୟୀ, ଅଭିମନ୍ୟୁ ୧ ଲକ୍ଷ ୯୧ ହଜାର ଟଙ୍କା ଧରି ଜୟପୁର ଅଭିମୁଖେ ଆସୁଥିଲେ। ମାଥିଲି ନିକଟରେ ଭିଜିଲାନ୍ସ ଚଢାଉ କରି ତାଙ୍କୁ ଧରି ଅଟକ ରଖିଛି।