ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍ର ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ ରହିଛି। ଆଉ ଏହି ସମୟରେ ପ୍ରାୟ ସବୁ ସେଲିବ୍ରିଟି ଘରେ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ଆଉ ଏହାର କିଛି କିଛି ଫଟୋ ଓ ଭିଡିଓ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଶେୟାର କରୁଥବା ଦେଖାଯାଇଛି। ନିଜର ନୃତ୍ୟ ଓ ଫିଟ୍ ନେସ୍ ପାଇଁ ବଲିଉଡ୍ରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ମଲାଇକା ଆରୋରା ନିକଟରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଖରାରେ ଠିଆ ହୋଇଥିବା ଦେଖାଯାଇଛି। ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିବା ସହ ମଲାଇକା ଲେଖିଛନ୍ତି, ମୁଁ ପ୍ରତିଦିନ ସକାଳେ ଖରାରେ ଠିଆ ହୋଇ ଭିଟାମିନ ଡି ନେଉଛି। କାରଣ ସବୁଦିନ ସକାଳେ ସୂର୍ଯ୍ୟଙ୍କ କିରଣରେ ଠିଆ ହେବା ବହୁତ ଲାଭଦାୟକ। ମଲାଇକା ଏହାର ନାମ ଭିଟାମିନ ଡି ଥେରାପି ବୋଲି ଦେଇଛନ୍ତି। ତେବେ ସୂର୍ଯ୍ୟକିରଣ ଭିଡାମିନ ଡିର ମୁଖ୍ୟ ସ୍ରୋତ ବୋଲି ଡାକ୍ତର ଓ ଫିଟନେସ୍ ଏକ୍ସପର୍ଟମାନେ କହିଥାଆନ୍ତି। ଏହା ପୂର୍ବରୁ ମଧ୍ୟ ଲକ୍ଡାଉନ ସମୟ ଚାଲିଥିବା ବେଳେ ମଲାଇକାଙ୍କର କିଛି ଫଟୋ ଓ ଭିଡିଓ ଦେଖିବାକୁ ମିଳିଥିଲା। ଯାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଥିଲା।