ଲକ୍ଷ୍ନୌ,୨।୬: ଉତ୍ତର ପ୍ରଦେଶରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଶୁକ୍ରବାର ରାତିରେ ଗୋଟିଏ ପରିବାର ଯାତ୍ରା କରୁଥିବା ସମୟରେ ଏମାନଙ୍କ ମଧ୍ୟରେ ଥିବା ସୀତା(୧୮) ନାମକ ଜଣେ ଯୁବତୀଙ୍କର ଭିଡ ଯୋଗୁ ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ବାନ୍ଦା ନିବାସି ରାମପ୍ରକାଶ ଅହିରଓ୍ବାର ପରିବାର ସହ ଶୁକ୍ରବାର ବାନ୍ଦାରୁ ହଜରତ ନିଜାମୁଦ୍ଦିନ ଯାତ୍ରା କରୁଥିଲେ। ଟ୍ରେନ୍ ପ୍ରବଳ ଭିଡ ସତ୍ତ୍ୱେ ସେ ପରିବାର ସହ ସାଧାରଣ ବଗିରେ ଉଠିଯାଇଥିଲେ। ହେଲେ ଅଧାବାଟରେ ତାଙ୍କ ଝିଅ ସୀତାଙ୍କ ଦେହ ଖରାପ ହେବାରୁ ସେ ବାପାଙ୍କୁ ଓହ୍ଲାଇ ଯିବାକୁ କହିଥିଲେ ସୁଦ୍ଧା ଗୋଟିଏ ପରେ ଗୋଟିଏ ଷ୍ଟେଶନ ଅତିକ୍ରମ କରିବା ପରେ ମଧ୍ୟ ସେମାନେ ଓହ୍ଲାଇ ପାରି ନ ଥିଲେ। ଶେଷରେ ସୀତା ଅଣନିଃଶ୍ୱାସୀ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏ ସମ୍ପର୍କରେ ଖବର ପାଇ ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପରେ ପରିବାରକୁ ହସ୍ତାନନ୍ତର କରିଥିବା କୁହାଯାଏ।