Categories: ଜାତୀୟ

ଭିଡ଼ହିଂସା ଭୟ: ଗରମ ପୋଷାକ ବିକ୍ରି କରିବାକୁ ବାହାର ରାଜ୍ୟକୁ ଆସିବେନି ୭୫ ପ୍ରତିଶତ କଶ୍ମୀରବାସୀ

ଶ୍ରୀନଗର,୩।୧୧: ଚଳିତ ଶୀତଋତୁରେ ଗରମ ପୋଷାକ ବିକ୍ରି କରିବାକୁ ୭୫ ପ୍ରତିଶତ କଶ୍ମୀରବାସୀ ବାହାର ରାଜ୍ୟକୁ ଆସିବେନି। ଭିଡ଼ହିଂସା ଭୟ ଯୋଗୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହା ସହିତ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ୧୪୪ ଧାରା ଜାରି ରହିବାରୁ ଗରମ ପୋଷାକ ପ୍ରସ୍ତୁତି କାରଖାନା ବନ୍ଦ ରହିବା ଯୋଗୁ ଉତ୍ପାଦନ ମଧ୍ୟ କମିଛି। ଅଳ୍ପ ପରିମାଣର ଗରମ ପୋଷାକ ଧରି ବାହାର ରାଜ୍ୟକୁ ଯିବାକୁ ସ୍ଥାନୀୟ ବ୍ୟବସାୟୀ ଅମଙ୍ଗ ହେଉଥିବା ଅନ୍ୟ ଏକ କାରଣ ବୋଲି ମଧ୍ୟ କୁହାଯାଉଛି। ଏହା ଦ୍ୱାରା ଖର୍ଚ୍ଚ ତୁଳନାରେ ବେପାର କମ୍‌ ହେବାର ଆଶଙ୍କା ରହିଛି। ତେଣୁ ସମ୍ଭାବ୍ୟ କ୍ଷତିକୁ ଦୃଷ୍ଟିରେ ରଖି ଗରମ ପୋଷାକ ବ୍ୟବସାୟୀ ବାହାର ରାଜ୍ୟକୁ ଚଳିତ ବର୍ଷ ବିକ୍ରି କରିବାକୁ ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି।

Share