ଛତ୍ରପୁର,୯ା୪(ଡି.ଏନ୍.ଏ.)- ଭିଡ଼ିଓ କନ୍ଫରେନ୍ସିଂରେ ଗୁରୁବାର ଓଡିଶା ସରକାରଙ୍କ ଗୁରୁତ୍ୱପୂର୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡ଼ିଓ କନ୍ଫରେନ୍ସିଂ ହଲ୍ରେ ବସି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉକ୍ତ କ୍ୟାବିନେଟ ବୈଠକରେ ଯୋଗଦେଥିଲେ। କରୋନା ପରିପ୍ରେକ୍ଷୀରେ ଏପରି ବ୍ୟବସ୍ଥା ପ୍ରଥମ ଥର ପାଇଁ ହୋଇଥିବା ଜଣାପଡିଛି।