ଭିଡ଼ିଓ ଗେମ୍‌ ଖେଳି ଗୋଟେ ମାସରେ କମାଇଲେ ୯ କିଲୋ ଓଜନ…

ମାନିଲା, ୧୪।୧: ମେଦବହୁଳତାରୁ ରକ୍ଷା ପାଇଁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି। ତେବେ ଭିଡ଼ିଓ ଗେମ୍‌ ଖେଳି ଓଜନ କମାଇବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଫିଲିପାଇନ୍ସ୍‌ରେ ଘଟିଛି। ଏଠାକାର ଗ୍ରାଫିକ୍‌ ଡିଜାଇନର ମିଗୁଇ ଗେବ୍ରିଏଲ ତାଙ୍କ କ୍ଷେତ୍ରରେ ଏଭଳି ହୋଇଥିବା ଦାବି କରିଛନ୍ତି। ସେ ମାସେ ଭିଡ଼ିଓ ଗେମ୍‌ ଖେଳିବା ପରେ ତାଙ୍କର ଫଟୋ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ତାଙ୍କ ଓଜନ ୯ କିଲୋ(୧୦ ପାଉଣ୍ଡ) କମିଯାଇଥିବା ସେ କହିଛନ୍ତି। ପୂର୍ବରୁ ତାଙ୍କ ଓଜନ ୭୮ କିଲୋ ଥିବାବେଳେ ଏବେ ଏହା ୬୯ କିଲୋରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ଭିଡ଼ିଓ ଗେମ୍‌ ଖେଳିବା ବେଳେ ସେ ଖେଳକୁଦ ମଧ୍ୟ କରିଥାନ୍ତି। ଏହାଯୋଗୁ ଲଗାତାର ୨୫ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କର ବ୍ୟାୟାମ ହୋଇଥାଏ। ତେଣୁ ତାଙ୍କ ଓଜନ କମିଯାଇଥିବା ସେ କହିଛନ୍ତି। ଏବେ ଗେବ୍ରିଏଲଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share