ଭିଡ଼ିଓ ଭାଇରାଲ ହିଁ ୬ ଅଭିଯୁକ୍ତଙ୍କୁ ଧରାଇଦେଲା

ବଡ଼ଗାଁ,୨୨।୪(ଡି.ଏନ.ଏ.)
ସୁନ୍ଦରଗଡ଼ ଜ଼ିଲା ବଡ଼ଗାଁ ଥାନା ଅନ୍ତର୍ଗତ ଝରମୁଣ୍ଡା ଗ୍ରାମରେ ସପ୍ତାହେ ତଳେ କେତକ ଯୁବକ ୨ ଜଣ ମହିଳା ଓ ୨ ଜଣ ଯୁବକଙ୍କୁ ଖଟରେ ବାନ୍ଧି ନିର୍ମମ ଭାବେ ମାଡ ମାରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ଦୃଷ୍ଟିକୁ ଏହା ଆସିବା ପରେ ୬ ଅଭିଯୁକ୍ତଙ୍କୁ ମଙ୍ଗଳବାର ରାତିରେ ପୋଲିସ ଗିରଫ କରିଛି। ଏମାନେ ହେଲେ ଝାରମୁଣ୍ଡା ଗ୍ରାମର ଗଜାନନ କିଷାନ, ଠଣ ଟପ୍ପୋ, ମକୁନ୍ଦପୁର ଗାଁର ମହନ୍ତ ଲାକ୍ରା, ଇନ୍ଦ୍ରଜିତ ଲାକ୍ରା, ବିଷ୍ଣୁ ଲାକ୍ରା ଓ ତାଳିମୁଣ୍ଡା ଗାଁର ପରମେଶ୍ୱର ନାଏକ। ବୁଧବାର ବଡ଼ଗାଁ ଥାନାରେ ଏସ୍‌ପି ସୌମ୍ୟା ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି।