Advertisement

ଭିଡ଼ିଓ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଶାହାରୁଖ, ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କରୋନା ଭାଇରସ ସଂକ୍ରମଣକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି। କରୋନା ଭାଇରସ ଏବେ ମହାମାରୀରେ ପରିଣତ ହୋଇଥିବା ବେଳେ ଆବଶ୍ୟକ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ବୋଲି କହିଛନ୍ତି ଶାହାରୁଖ। ଏହାସହ କରୋନାକୁ ନେଇ ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ୫୪ ବର୍ଷୀୟ ଅଭିନେତା ଶାହାରୁଖ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହାକୁ ନେଇ ଏକ ଭିଡ଼ିଓ ଶେୟାର କରି ଲୋକମାନଙ୍କୁ କରୋନା ସଚେତନତାର ବାର୍ତ୍ତା ଦେଇଛନ୍ତି। ଆସନ୍ତା ୧୦-୧୫ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସମସ୍ତେ ଏହାପ୍ରତି ନଜର ଦେବାକୁ ସେ କହିଛନ୍ତି। ସମାନ ଢଙ୍ଗରେ ବଲିଉଡ୍‌୍‌ ଖିଲାଡି ବୟ ମଧ୍ୟ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ଅକ୍ଷୟ ମଧ୍ୟ ଏକ ଭିଡ଼ିଓ ଜରିଆରେ ଲୋକଙ୍କୁ ବାହାରକୁ ନ ଯିବା ଓ ସ୍ବଚ୍ଛତା ଉପରେ ଧ୍ୟାନ ଦେବାକୁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share