ରାଞ୍ଚି,୨୧।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ରବିବାର ଭୋର୍ ୩ଟାରେ ଝାଡ଼ଖଣ୍ଡର ଗୁମଲାରେ ୪ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। କିଛି ଲୋକ ଏକାଠି ହୋଇ ଏଭଳି କାଣ୍ଡ ଭିଆଇଛନ୍ତି। ଡାହାଣୀ ସନ୍ଦେହରେ ୪ ଜଣଙ୍କୁ ଗଳା କାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ଶିକାରୀ ଗାଁରେ ଏଭଳି କାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ୧୨ ଜଣଙ୍କ ନାମରେ ମାମଲା ଦାଏର କରାଯାଇଛି। ଏହାର ତଦନ୍ତ ଜାରି ରହିଥିବା ଏସ୍ପି ଅଞ୍ଜନୀ କୁମାର କହିଛନ୍ତି।