ନୂଆଦିଲ୍ଲୀ,୨୪।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ଏହା ଦ୍ୱାରା ଜାତୀୟ ସଂହତି ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଏନେଇ ୪୯ ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଏକ୍ଷେତ୍ରରେ ଉପଯୋଗୀ ପଦକ୍ଷେପ ଗ୍ରହଣ କରିବା ଉପରେ ଚିଠିରେ ଜୋର୍ ଦିଆଯାଇଛି। ବିଭିନ୍ନ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ମଣି ରତ୍ନମ୍, ଅଦୂର ଗୋପାଲକୃଷ୍ଣନ୍, ରାମଚନ୍ଦ୍ର ଗୁହା, ଅନୁରାଗ କଶ୍ୟପ, ବିନାୟକ ସେନ୍, ସୌମିତ୍ରୋ ଚାଟାର୍ଜୀ, ଅପର୍ଣା ସେନ୍, କୋଙ୍କଣା ସେନ୍ ଶର୍ମା, ରେଭଥୀ, ଶ୍ୟାମ୍ ବେନେଗଲ୍, ଶୁଭା ମୁଦ୍ଗଲ୍, ରୂପମ୍ ଇସଲାମ୍, ଅନୁପମ୍ ରାୟ, ପ୍ରମ୍ବତା, ରିଦ୍ଧି ସେନ୍ ପ୍ରମୁଖ ରହିଛନ୍ତି।