Categories: ଜାତୀୟ

ଭିଡ଼ ହିଂସା ବିରୋଧରେ ଆସିବ ବିଲ୍‌: ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କରାଦଣ୍ଡ

କୋଲକାତା,୩୦।୮: ପଶ୍ଚିମ ବଙ୍ଗର ବିଧାନସଭାରେ ଭିଡ଼ ହିଂସା ବିରୋଧରେ ଶୁକ୍ରବାର ଏକ ବିଲ୍‌ ଉପସ୍ଥାପନ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ସରକାର ବିଧାନସଭାରେ ଏକ ବିଲ୍‌ ଉପସ୍ଥାପନ କରିଛନ୍ତି। ଏହି ବିଲ୍‌ ଅନୁସାରେ ଭିଡ଼ ହିଂସା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯିବ। ସୂଚନାଯୋଗ୍ୟ, ରାଜ୍ୟର ବହୁ ସ୍ଥାନରେ ଗୁଜବ ଯୋଗୁ ଭିଡ଼ ହିଂସା ଘଟୁଥିବା ଘଟଣା ସାମ୍ନାକୁ ଆସୁଛି। ତେଣୁ ଏହାକୁ ରୋକିବା ପାଇଁ ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି ସରକାର। ନିକଟରେ ରାଜସ୍ତାନ ସରକାର ମଧ୍ୟ ଭିଡ଼ ହିଂସାକୁ ରୋକିବା ପାଇଁ ଏକ ଆଇନ ଆଣିଛନ୍ତି।

Share