ଭିଡିଓ କନଫେରେନ୍ସିଂରେ ସରପଞ୍ଚଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ବନ୍ତ, ୨୨।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମୁକାବିଲା ପାଇଁ ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଅର୍ପଣ କରିଛନ୍ତି। ନିଜ ନିଜ ପଞ୍ଚାୟତରେ କରୋନା ମୁକାବିଲା କିପରି କରାଯାଇପାରିବ ସେନେଇ ସମସ୍ତ ସରପଞ୍ଚଙ୍କୁ ବୁଧବାର ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସମିତି ଭିସି କକ୍ଷରେ ୨୫ ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ରହି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଗ୍ରହଣ କରିଥିଲେ। ଏହି ସମୟରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର, ବିଡିଓ ରେବେକା ବିଲୁଙ୍ଗ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

 

Share