ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣି ନେଇ ବଦଳିଲା ହାଇକୋର୍ଟଙ୍କ ଗାଇଡ୍‌ଲାଇନ୍‌: ‘ଜୁମ୍‌’ ବଦଳରେ ‘ଜିଟ୍‌ସି ମିଟ୍‌’ ଆପ୍‌ ହେବ ବ୍ୟବହାର

କଟକ ଅଫିସ, ୧୦।୫: କରୋନା ଭୂତାଣୁର ସଂକ୍ରମଣକୁ ଦେଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଣାଣିକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡ଼ିଓ କନ୍‌ଫରେନ୍ସିଂ ସ୍କିମ୍‌-୨୦୨୦ କାର୍ଯ୍ୟକାରୀ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭିଡ଼ିଓ କନ୍‌ଫରେନ୍ସିଂ ପାଇଁ ଜୁମ୍‌ ଆପ୍‌ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସତର୍କତା ଜାରି କରିବା ପରେ ଜୁମ୍‌ ଆପ୍‌କୁ ବାରଣ କରାଯାଇଥିଲା। ଏବେ ଏନେଇ ସଦ୍ୟ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଜୁମ୍‌ ବଦଳରେ ଜିଟ୍‌ସି ମିଟ୍‌ ଆପ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି ଆପ୍‌କୁ ଆଇନ୍‌ଜୀବୀ ଏବଂ ପକ୍ଷଭୁକ୍ତମାନେ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିବେ। ଯେଉଁମାନେ ଲାପ୍‌ଟପ୍‌ କିମ୍ବା ଡେସ୍କଟପ୍‌ରୁ ବ୍ୟବହାର କରିବାକୁ ଚାହୁଛଁନ୍ତି, ସେମାନେ https://meet.jit.si/ ଲିଙ୍କ୍‌କୁ ବ୍ରାଉଜର୍‌ରେ ଖୋଲିବେ। ଏହି ଆପ୍‌କୁ ବ୍ୟବହାର କରିବା ପାଇଁ କୌଣସି ପ୍ରକାର ଆକାଉଣ୍ଟ ଖୋଲିବା ଆବଶ୍ୟକ ନାହିଁ। ଯେଉଁ ଆଇନ୍‌ଜୀବୀମାନେ ଆପ୍‌ ଜରିଆରେ ଭିଡିଓ କନ୍‌ଫରେନ୍ସିଂ ଶୁଣାଣିରେ ଭାଗନେବାକୁ ଚାହୁଁଛନ୍ତି, ସେମାନଙ୍କୁ ଶୁଣାଣି ଦିନର ସକାଳ ସାଢ଼େ ୮ଟା ପୂର୍ବରୁ od.hc-vc@gov.in କିମ୍ବା ohc.vc.courts@gmail.comକୁ ଇ-ମେଲ୍‌ ଜରିଆରେ ସୂଚନା ଦେବାକୁ ହେବ। ସେଥିରେ କେସ୍‌ ଏବଂ ଆଇଟମ୍‌ ନମ୍ବର, ଆଇନଜୀବୀ/ପକ୍ଷଭୁକ୍ତଙ୍କୁ ନାମ, ମୋବାଇଲ୍‌ ନମ୍ବର ଦେବାକୁ ହେବ। ଶୁଣାଣି ପୂର୍ବରୁ ଆଇନଜୀବୀ ଏବଂ ପକ୍ଷମାନଙ୍କୁ ଏନେଇ ଅବଗତ କରାଯିବ ଏବଂ ସେମାନେ ପ୍ରସ୍ତୁତ ରହିବାକୁ ପଡ଼ିବ। ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ଡିସ୍‌ପ୍ଲେ ବୋର୍ଡ଼କୁ ନିୟମିତ ବ୍ୟବଧାନରେ ଦେଖିବାକୁ ପରାମର୍ଶ ଦିଆଯାଇଛି। ଗୋଟିଏ ଶୁଣାଣି ଚାଲିଥିବାବେଳେ, ପରବର୍ତ୍ତୀ ଶୁଣାଣିରେ ଆଇନ୍‌ଜୀବୀ ମଧ୍ୟ ଭିଡ଼ିଓ କନ୍‌ଫରେନ୍ସିଂରେ ଭାଗ ନେଇପାରିବେ। କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ନୀରବ ରହିବେ ବୋଲି ଗାଡଇ୍‌ଲାଇନ୍‌ରେ କୁହାଯାଇଛି। ଯଦି କୌଣସି କାରଣରୁ ଜିଟ୍‌ସି ମିଟ୍‌ ଆପ୍‌ ବ୍ୟବହାରରେ ଅସୁବିଧା ହୁଏ ତେବେ ହ୍ବାଟ୍‌ସଆପ୍‌ର ଭିଡିଓ କଲ୍‌ ମାଧ୍ୟମରେ ମଧ୍ୟ ଶୁଣାଣି ହୋଇପାରିବ। ଭିଡିଓ କନ୍‌ଫରେନ୍ସିଂରେ ବ୍ୟବହାର ହେଉଥିବା କ୍ୟାମେରା, ମାଇକ୍ରୋଫୋନ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମ ନିଜେ ଆଇନଜୀବୀ/ପକ୍ଷଭୁକ୍ତଙ୍କୁ ଯୋଗାଡ଼ କରିବାକୁ ପଡ଼ିବ। କୋର୍ଟରୁମ୍‌ରେ ଶୁଣାଣି ଭଳି ଏଥିରେ ମଧ୍ୟ ଆଇନଜୀବୀମାନେ ନିର୍ଦ୍ଦିଷ୍ଟ ପ୍ରକାର ପୋଷାକ ପରିଧାନ କରିବାକୁ ହେବ। ଯଦି ଶୁଣାଣି ବେଳେ କେହି ବିଶୃଙ୍ଖଳା ସୃଷ୍ଟି କରନ୍ତି, ତେବେ କନ୍‌ଫରେନ୍ସିଂକୁ ବିଚ୍ଛିନ୍ନ କରାଯିବ ଏବଂ ଖଣ୍ଡପୀଠଙ୍କ ପରାମର୍ଶ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ। କନ୍‌ଫରେନ୍ସିଂକୁ ରେକର୍ଡିଂ କିମ୍ବା ସର୍ବସାଧାରଣରେ ପ୍ରସାରଣକୁ ନିଷିଦ୍ଧ କରାଯାଇଛି। ଏନେଇ ଏକ ହେଲ୍‌ପ ଲାଇନ୍‌ ଖୋଲାଯିବ ବୋଲି ଏହି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିରିପାଇ ସରପଞ୍ଚଙ୍କୁ ବଡ଼ ଝଟ୍‌କା: ପଦ ଅସିଦ୍ଧ ଘୋଷଣା କଲେ କୋର୍ଟ

ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ସିରିପାଇ ପଞ୍ଚାୟତର ସରପଞ୍ଚ ଇଚ୍ଛାମନ ମାଝିଙ୍କ ପଦ ରଦ୍ଦ ହୋଇଥିବା ଅତିରିକ୍ତ ଜିଲା ଦୌରାଜଜ୍‌...

ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ବ୍ରାହ୍ମଣୀପାଳ ରେଞ୍ଜ ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ...

ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼, ୨ ଜଣଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା/ସିନାପାଲି,୭।୧୦(ଉତ୍ତମ କୁମାର ଦାଶ/ମନଫୁଲ ମେହେର): ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକଠାରେ ରବିବାର ରାତିରେ ନିଳାମ୍ବର ମେହେର ନାମକ ଜଣେ ଫାଷ୍ଟଫୁଡ଼ ଦୋକାନୀଙ୍କୁ...

ଧାନ ପରିବହନ ଗାଡିର କାଗଜପତ୍ର ଠିକ୍‌ ନ ଥିଲେ ହେବ କାର୍ଯାନୁଷ୍ଠାନ: କଟକଣା ପରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ,୭।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ମାତ୍ର ମାସେ ରହିଛି। ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ନୂଆ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀମାନେ...

୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ମୟୁରଭଞ୍ଜ,୭।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଆସନ୍ତା ପର୍ଯ୍ୟଟନ ଋତୁ ୨୦୨୪-୨୫ ପାଇଁ ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି...

ଶ୍ୱଶୁର ଘରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିରାକାରପୁର, ୭।୧୦(ନିରାକାରପୁର ): ଶ୍ୱଶୁର ଘରୁ ଜ୍ୱାଇଁଙ୍କ ମୃତଦେହକୁ ଜଙ୍କିଆ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଙ୍କିଆ ଥାନା ଅଧିନସ୍ଥ...

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲା: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବୁଡୁ ସାହୁ ନାମକ ଜଣେ...

କେତେବେଳେ ବି ଘଟିପାରେ ବଡ଼ ଅଘଟଣ: ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫର୍ମର

ଥୁଆମୂଳ ରାମପୁର,୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅନେକ ସ୍ଥାନରେ ଲାଗିଥିବା ଟ୍ରାନ୍ସଫର୍ମର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବିଦ୍ୟୁତ ବିଭାଗର ଅବହେଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri