ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରେଡିଓ ଜକିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୭।୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଛି। ଏହାକୁ କାବୁ କରିବାକୁ ସବୁ ସ୍ତରରେ ପ୍ରୟାସ ଜାରି ରହିଛି। ଏବେ କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେଉଛନ୍ତି। ଏହି କ୍ରମରେ ଶୁକ୍ରବାର ସେ ରେଡିଓ ଜକିମାନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ରେଡିଓ ଜକିମାନେ ଯେଭଳି ଭାବେ ସଚେତନତା ସୃଷ୍ଟି କରୁଛନ୍ତି ତାକୁ ନେଇ ମୋଦି ଜକିମାନଙ୍କର ପ୍ରଶଂସା କରିଛନ୍ତି।

Share