ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବସିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୯ା୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ପୂର୍ବାହ୍ନ ୧୦ଟା ୪୫ ମିନିଟରେ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତେବେ ପ୍ରଥମଥର ପାଇଁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହା ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ରହି ମୁଖ୍ୟମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ଲୋକସଭା ଭବନରେ ଅନୁଷ୍ଠିତ ଏହି ବୈଠକରେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କୃଷିମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ଅଛନ୍ତି। କ୍ୟାବିନେଟ ପରେ କରୋନା ସଂକ୍ରାନ୍ତୀୟ ମନ୍ତ୍ରୀସ୍ତରୀୟ ବୈଠକ ମଧ୍ୟ ବସିବ। ଉକ୍ତ ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା ହେବ।

Share