ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫ ଜିଲାର କୋଭିଡ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୨୦।୪: ରାଜ୍ୟର ୨୨ଟି କୋଭିଡ ହସ୍ପିଟାଲ ଇତିମଧ୍ୟରେ ଉଦ୍‌ଘାଟିତ ହୋଇସାରିଛି। ସୋମବାର ନୂତନ ଭାବେ ୫ଟି ଜିଲା ଯଥା ଅନୁଗୋଳ, ଜଗତ୍‌ସିଂହପୁର, ସୁନ୍ଦରଗଡ, ବରଗଡ଼ ଓ ନବରଙ୍ଗପୁରରେ କୋଭିଡ୍‌ ହସ୍ପିଟାଲ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ
ପ୍ରମୁଖ ଉପସ୍ଥିତ ଥିଲେ।

Share