ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କରୋନା ସଂକ୍ରମଣ ରୋକିବାକୁ ଶପଥ ନେଲେ ସରପଞ୍ଚ

ପାଟଣା,୨୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୨୦ ଜଣ ସରପଞ୍ଚ ବୁଧବାର ବ୍ଲକ ଭିସି କକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ଗାଁରେ କରୋନା ପଶିବାକୁ ନ ଦେବା ପାଇଁ ଶପଥ ଗ୍ରହଣ କରିଛନ୍ତି। ଏଥିସହ ନିଜ ଅଞ୍ଚଳରୁ ବାହାର ରାଜ୍ୟକୁ କାମ କରିବା ଯାଇ ଫସିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ, ସେମାନଙ୍କୁ ନିଜ ପଞ୍ଚାୟତରେ କ୍ୱାରେଣ୍ଟାଇନ୍‌ରେ ରଖିବା, ସେମାନଙ୍କ ଚିକିତ୍ସା, ଖାଇବା ପିଇବା ସୁବିଧା କରିବା ଓ ୧୪ ଦିନ କ୍ୱାରାଣ୍ଟାଇନ୍‌ ଅବଧି ସମ୍ପୂର୍ଣ୍ଣ କରିଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ୨ ହଜାର ଟଙ୍କା ଯୋଗାଇ ଦେବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ଓ ଜିପିଓ ରଶ୍ମୀରେଖା ମହାନ୍ତି ଉପସ୍ଥିତ ଥିଲେ।

Share