ପାଟନା,୧୯।୮: ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂ ସୋମବାର ଏକ ଭିଡିଓ ମେସେଜ୍ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଗିରଫକୁ ସେ ଭୟ କରୁ ନାହାଁନ୍ତି ହେଲେ ଆତ୍ମସମର୍ପଣ କରିବାକୁ ଆଉ ୩-୪ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ, ସ୍ବାଧୀନ ବିଧାୟକ ଅନନ୍ତଙ୍କ ଘରେ ପୋଲିସ୍ ରେଡ୍ ସମୟରେ ଏକେ-୪୭ ଓ ଅନ୍ୟ ବିସ୍ଫୋରକ ଜବତ କରିଥିଲା। ହେଲେ ରେଡ୍ ପୂର୍ବରୁ ସେ ସେଠାରୁ ଫେରାର ହୋଇ ଯାଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନ ଥିଲା। ଏବେ କିନ୍ତୁ ଅନନ୍ତ କହୁଛନ୍ତି ଦୀର୍ଘ ୧୪ ବର୍ଷ ହେବ ସେ ସେହି ଘରେ ରହୁନାହାଁନ୍ତି। ତେଣୁ ସେ ଘର ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ହେଲେ ଏପର୍ଯ୍ୟନ୍ତ ସେ ପୋଲିସ ହାତରେ ଧରା ନ ଦେବା ସହ ଫେରାର ଅଛନ୍ତି।