Categories: ଜାତୀୟ

ଭିଡ କମାଇବାକୁ ବଢିଲା ଫ୍ଲାଟଫର୍ମ ଟିକେଟର ଦାମ

ମୁମ୍ବାଇ,୧୭।୩: କରୋନା ଭାଇରସକୁ ରୋକିବାକୁ ସରକାର କୌଣସି ସ୍ଥାନରେ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ରେଲଓ୍ବେ ଷ୍ଟେଶନରୁ ଭିଡ କମାଇବା ପାଇଁ ବିଭିନ୍ନ ରାଜ୍ୟରେ ନୂଆ ପଦକ୍ଷେପ ନିଆଯାଇଛି। ମହାରାଷ୍ଟ୍ରର ବିଭିନ୍ନ ଷ୍ଟେଶନରେ ଏବେ ପ୍ଲାଟଫର୍ମ ଟିକେଟର ଦାମ ବୃଦ୍ଧି କରାଯାଇଛି। ସେହିପରି ଗୁଜରାଟ, ବିହାର ଆଦି ରାଜ୍ୟର କିଛି ଷ୍ଟେଶନରେ ମଧ୍ୟ ପ୍ଲାଟଫର୍ମ ଟିକେଟର ଦାମରେ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କାରେ ମିଳୁଥିବା ବେଳ ଏବେ ଏହାର ଦାମ ୫୦ ଟଙ୍କା କରି ଦିଆଯାଇଥିବା ସୂଚନା ମିଳିଛି।

Share