Categories: ଖେଳ

ଭିଡ ଭିତରେ ଫସିଗଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଅଛନ୍ତି। ମଝିରେ ମଝିରେ ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଉଠୁଛି। କିନ୍ତୁ ଏହାକୁ ନେଇ ଚୁପ୍‌ ଅଛନ୍ତି ମାହି। ଏବେ ସେ ନିଜ ପରିବାର ସହ ସହ ବିତାଉଛନ୍ତି। ତାଙ୍କ ସ୍ତ୍ରୀ ସାକ୍ଷୀ କିନ୍ତୁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ମାହି ଯେଉଁଠାକୁ ଯାଆନ୍ତୁନା କାହିଁକି ସେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରନ୍ତିି। ଏବେ ଧୋନୀ ବନ୍ଧୁ ଏବଂ ପରିବାର ସହ ମଧ୍ୟ ପ୍ରଦେଶରେ ଛୁଟି କାଟୁଛନ୍ତି। ସେ ଏକ ପାର୍କକୁ ବୁଲିବାକୁ ଯାଇଥିବାବେଳେ ପ୍ରଶଂସକ ତାଙ୍କୁ ଘେରିଯାଇଥିଲେ। ପରିସ୍ଥିତି ଏପରି ହୋଇଥିଲା ସୁରକ୍ଷାକର୍ମୀମାନେ ମଧ୍ୟ ମାହିଙ୍କୁ ସୁରକ୍ଷା ଦେବା ପାଇଁ ଯାଇପାରି ନ ଥିଲେ। ଧୋନୀଙ୍କ ସହ ସେଲଫି ନେବା ପାର୍ଇ ପ୍ରଶଂସକ ଭିଡ ଜମାଇଥିଲେ।

Share