Categories: ଜାତୀୟ

ଭିଡ ହିଂସାକୁ ନେଇ ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୋଦିଙ୍କୁ ଚିଠି: ଉଠିଲା ବିବାଦ, ମଣିରତ୍ନମଙ୍କ ଦସ୍ତଖତ ଜାଲ୍‌

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଭିଡ଼ ହିଂସାକୁ ନେଇ ଚଳଚ୍ଚିତ୍ର ଜଗତରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ରୋକିବା ଲାଗି ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ଏହି ଚିଠି ଦେବାର କିଛି ଘଣ୍ଟା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଚିଠିରେ ଥିବା ବିଶିଷ୍ଟ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଣିରତ୍ନମଙ୍କ ଦସ୍ତଖତ ଜାଲ୍‌ ବୋଲି ଜଣାପଡିଛି। ଖୋଦ ମଣିରତ୍ନମ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ମୋର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଚଳାଇଛି। ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖାଯାଇଛି, ସେ ବିଷୟରେ ମୁଁ କିଛି ଜାଣିନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଜିକାଲି ଦେଶରେ ଦେଖାଦେଇଥିବା ଭିଡ ହିଂସାକୁ ରୋକିବା ନେଇ ୪୯ଜଣ ସେଲିବ୍ରିଟି ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

Share