ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ରାଜନଗର,୭।୧(ଡି.ଏନ.ଏ): ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତବର୍ଷ ୧ ଲକ୍ଷ ୧୮,୩୨୬ଟି ପକ୍ଷୀ ଆସିଥିବାବେଳେ ଗତବର୍ଷ ୧ ଲକ୍ଷ ୯୦୫୯ଟି ପକ୍ଷୀ ଆସିଥିଲେ। ସେହିପରି ଗତଥର ୭୪ ପ୍ରକାର ପକ୍ଷୀ ଆସିଥିବାବେଳେ ଏଥର ୧୦୫ ପ୍ରକାରର ପକ୍ଷୀ ଭିତରକନିକା ଆସିଛନ୍ତି। ରାଜନଗର ବନ୍ୟପ୍ରାଣୀ ଡିଭିଜନ୍‌ ପକ୍ଷରୁ ୧୬ଟି ଟିମ୍‌ ୫ଟି ରେଞ୍ଜରେ ରାଜନଗର, ଗହିରମଥା, କନିକା, କୁଜଙ୍ଗ, ମହାକାଳପଡାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଟିମ୍‌ର ନେତୃତ୍ୱ ନେଉଥିଲେ ଭାରତର ବିଶିଷ୍ଟ ପକ୍ଷୀ ବିଶାରଦ ଡା ଏସ୍‌. ବାଲଚନ୍ଦ୍ରନ। ଚଳିତବର୍ଷ କମନ ପୋଚାର୍ଟ ନାମକ ନୂତନ ୧୧ଟି ପକ୍ଷୀ ଏଥର ଭିତକନିକାକୁ ଆସି ଏହାର ଶୋଭାକୁ ଦ୍ୱିଗୁଣିତ କରିଛନ୍ତି ବୋଲି ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ପକ୍ଷୀ ବିଶାରଦ, ପରିବେଶବିତ୍‌ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଆନନ୍ଦପ୍ରକାଶ ପାଇଛି।

Share