Posted inରାଜ୍ୟ

ଭିତରକନିକାରେ ୨୫ କୁମ୍ଭୀର ବସା ଚିହ୍ନଟ

ରାଜନଗର,୨୭ା୫(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଭିତରକନିକା ଜାତୀୟ ଉଦ୍ୟାନରେ ରବିବାର ସୁଦ୍ଧା ୨୫ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଏହି ଜାତୀୟ ଉଦ୍ୟାନର ନଦୀ, ନାଳଗୁଡ଼ିକରେ ବସବାସ କରୁଥିବା ବିରଳ ବଉଳା କୁମ୍ଭୀର ବସାରେ ଅଣ୍ଡା ଦେଇଥିବା ଜଣାପଡ଼ିଛି। ଭିତରକନିକା ଫରେଷ୍ଟ ବ୍ଲକ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକର ଗଞ୍ଜେଇଖିଆ, ଶୁଆଯୋର, ଚିନ୍ତାମଣି ମହାନ୍ତି ଯୋର, ଭିତରକନିକା ସମେତ ଡାଙ୍ଗମାଳ ସ୍କିମ୍‌ ଅଞ୍ଚଳରେ କୁମ୍ଭୀର ବସା କରିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି।
ପ୍ରତିବର୍ଷ ମେ ରୁ ଜୁଲାଇ ୩ ମାସ ମଧ୍ୟରେ ବଉଳା କୁମ୍ଭୀରମାନେ ବସା କରି ଅଣ୍ଡା ଦେଇଥାନ୍ତି। ମାଈ କୁମ୍ଭୀର ଅଣ୍ଡାଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାନ୍ତି। ନାଳଠାରୁ ଟିକେ ଉଚ୍ଚା ସ୍ଥାନରେ, ଯେପରି ଜୁଆର ସମୟରେ ବସା ଭାସି ନ ଯାଏ, ସେଭଳି ନିରାପଦ ସ୍ଥାନରେ ବସା କରିଥାନ୍ତି। ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ଦେଢ଼ରୁ ଦୁଇ ଫୁଟ ଉଚ୍ଚର ଗଦା କରଥାନ୍ତି। ଏହି ଗଦା ଉପରେ ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡ଼ାଇ ଦେଇଥାନ୍ତି। ପ୍ରତ୍ୟେକ ମାଈ କୁମ୍ଭୀର ୪୦ରୁ ୫୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଥାଏ। ସବୁଠୁ ବଡ଼କଥା ହେଲା କୁମ୍ଭୀର ଅଣ୍ଡା ଦେବା ପରେ ତା’ର ବସା ପାଖରେ ଜଗି ରହିଥାଏ। ଏହି ସମୟରେ କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇ ଉଠିଥାନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ଚଳିତବର୍ଷ ମେ ୧ ତାରିଖ ଠାରୁ ଜୁଲାଇ ୩୧ ତିନି ମାସ ଯାଏଁ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଚିହ୍ନଟ ପ୍ରକ୍ରିୟା ଚାଲିଥିବାରୁ ବସା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। କୁମ୍ଭୀର ବସା ଚିହ୍ନଟ ପାଇଁ କନିକା ରେଞ୍ଜରେ ୩ଟି ଟିମ୍‌ ଗଠନ କରାଯାଇଛି। ଫରେଷ୍ଟର ବିଜୟ କୁମାର ପାତ୍ର, ଫରେଷ୍ଟ ଗାର୍ଡ ସୁନିଲ ରାଉତରାୟ, ସବିତା ବେହେରାଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୪ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ବିଜେଡି କର୍ପୋରେଟରଙ୍କୁ ଭେଟିଲେ ନବୀନ, କହିଲେ ‘ ମେୟରଙ୍କୁ ସମ୍ମାନ ଦିଅ’

ବ୍ରହ୍ମପୁର,୧୮ା୧୨(ସ୍ମୃତି ରଂଜନ ମହାଲିକ)-ବିବାଦରୁ ଦୂରେଇ ଶୃଙ୍ଖଳିତ ହୁଅ। ମିଳିମିଶି ଦଳର ସଂଗଠନକୁ ଅଧିକ ମଜଭୁତ ପାଇଁ କାମ କର। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିଜେଡି...

ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ, ମଣ୍ଡିରୁ ଉଠିଲାନି ଧାନ

ଝରିଗାଁ,୧୮ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଝରିଗାଁ ଏବଂ ଚଚା ମଣ୍ଡିରେ ମଧ୍ୟ ଧାନର ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ ଦେଖାଦେଇଛି। କିଛି...

ବିଜେଡି କର୍ପୋରେଟରଙ୍କୁ ନବୀନଙ୍କ ଡାକରା, ସମାଧାନ ହେବ କି ଗୋଷ୍ଠୀକନ୍ଦଳ

ବ୍ରହ୍ମପୁର,୧୮ା୧୨(ସ୍ମୃତିରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ବିଜେଡି କର୍ପୋରେଟର ଏବଂ ମେୟର ଓ ଡେପୁଟି ମେୟରଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ...

ବିଲରେ ପଡ଼ିଛି ପାଚିଲା ଧାନ, ୨୧ରେ ଛେଚିବ ବର୍ଷା, ଏସବୁ ଜିଲାକୁ ରହିଛି…

ଭୁବନେଶ୍ୱର,୧୮ା୧୨: ଏବେ ଚାଷୀମାନେ ଧାନ କଟାରେ ବ୍ୟସ୍ତ ଥିବାବେଳେ କିଛି ଚାଷୀ ଧାନ କାଟି ବିଲରେ କଚଡ଼ା ପକାଇଛନ୍ତି। ଏପଟେ ବର୍ଷା ସମ୍ଭାବନା ନେଇ ଚାଷୀ...

ଆଇଏଏସ୍‌ ବିଷ୍ଣୁପଦଙ୍କ ପ୍ରସଙ୍ଗରେ ଏମିତି କହିଲେ କେଭି ସିଂହଦେଓ

ଭୁବନେଶ୍ୱର୧୮।୧୨: ଆଇଏଏସ୍‌ ବିଷ୍ଣୁପଦଙ୍କ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି। ତାଙ୍କୁ ସମନ...

‘ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

ଭୁବନେଶ୍ୱର,୧୮ା୧୨: ଖୁବ୍‌ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ବରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍‌। ଆଲୋଚନା ହୋଇଥିବା ନେଇ ସ୍ବାସ୍ଥ୍ୟ...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨ ମାସରେ ସରିବ ଆବାସ ସର୍ଭେ, ସମସ୍ତଙ୍କୁ ମିଳିବ…

ଭୁବନେଶ୍ୱର,୧୮ା୧୨: ଦୁଇମାସରେ ଆବାସ ସର୍ଭେ ସରିବ। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଥିବା ନେଇ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ପ୍ରତି ଗାଁରେ...

୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ୍‌ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri