Categories: ଖେଳ

ଭିନେଶଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୁର ସୁଲତାନ(କାଜଖସ୍ତାନ),୧୮।୯(ପିଟି): ଭାରତୀୟ ଷ୍ଟାର ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ ୫୩ କିଗ୍ରା ବର୍ଗରେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ବୁଧବାର ସେ ଆମେରିକାର ସାରା ହିଲ୍ଡେବ୍ରାନ୍‌ଡଙ୍କୁ ହରାଇ ଦେଇଛନ୍ତି। ୨୫ ବର୍ଷୀୟା ରେସଲର ଭିନେଶ ୮-୨ ବ୍ୟବଧାନରେ ପୂର୍ବତନ ବିଶ୍ୱ ଚାମ୍ପିୟନଶିପ ରୌପ୍ୟ ପଦକ ବିଜେତାଙ୍କୁ ହରାଇ ଟୋକିଓ ଗେମ୍ସରେ ସ୍ଥାନ ପକ୍କା କରିଛନ୍ତି। ସେ ଏବେ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀର ମାରିଆ ପ୍ରେଭୋଲାରାକିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିପୂର୍ବରୁ ଭେନଶ ଡିଫେଣ୍ଡିଂ ଚାମ୍ପିୟନ ମାୟୁ ମୁକାଇଡାଙ୍କଠାରୁ ପରାସ୍ତ ହୋଇଥିଲେ। ମାୟୁ ସେମିଫାଇନାଲରେ ପ୍ରବେଶ କରିବାରୁ ଭିନେଶଙ୍କୁ ରିପେଜ ରାଉଣ୍ଡରେ ସୁଯୋଗ ମିଳିଥିଲା।

Share