Categories: ଖେଳ

ଭିନେଶ, ଅଂଶୁଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨୧ା୨ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଏବଂ ଅଂଶୁ ମଲିକ ସେମାନଙ୍କ କାଟେଗୋରିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୫୩ କେଜି କାଟେଗୋରି ବ୍ରୋଞ୍ଜ ପଦକ ବାଉଟରେ ଭିନେଶ ୧୦-୦ରେ ଭିଏତ୍‌ନାମର ଲାଇ କ୍ୟୁଙ୍କୁ ହରାଇ ଦେଇଥିବାବେଳେ ଉଜ୍‌ବେକିସ୍ତାନର ସେଭୋରା ଏସମୁରାଟୋଭାଙ୍କ ବିପକ୍ଷରେ ବିଜୟ ହାସଲ କରି ଅଂଶୁ ପୋଡିୟମ ଫିନିଶ କରିଥିଲେ। ପୂର୍ବରୁ ଭିନେଶ ଜାପାନର ମେୟୁ ମୁଆକିଡାଙ୍କଠାରୁ ପରାଜିତ ହୋଇ ସ୍ବର୍ଣ୍ଣ ପଦକ ଦୌଡ଼ରୁ ବାଦ୍‌ ପଡ଼ିଥିଲେ।

Share