ଭିନ୍ନକ୍ଷମ କଇଁଛ ପାଇଁ ସ୍ବତନ୍ତ୍ର ହ୍ବିଲ୍‌ ଚେୟାର୍‌

ଲୁସିୟାନା, ୨୩।୬:ସାଧାରଣତଃ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହ୍ବିଲ୍‌ ଚେୟାର୍‌ ନିର୍ମାଣ କରାଯାଉଥିବା ଦେଖାଯାଏ। କିନ୍ତୁ ଲୁସିୟାନା ଷ୍ଟେଟ ୟୁନିଭରସିଟିର ଛାତ୍ର ଏବଂ ଡାକ୍ତରମାନେ ମିଶି ଏକ ଭିନ୍ନକ୍ଷମ କଇଁଛ ପାଇଁ ହ୍ବିଲ୍‌ ଚେୟାର୍‌ ନିର୍ମାଣ କରିଛନ୍ତି। ୧୫ ବର୍ଷ ବୟସ୍କ ଉକ୍ତ କଇଁଛଟିର ନାମ ପେଡ୍ରୋ। ତାର ପଛ ଗୋଡ ଦୁଇଟି ନାହିଁ। ଫଳରେ ସେ ଚାଲିପାରୁ ନାହିଁ। ସାଣ୍ଡ୍ରା ଟ୍ରେଲର ନାମକ ଜଣେ ବ୍ୟକ୍ତି କଇଁଛଟିକୁ ପୌଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେ କୁହନ୍ତି, କଇଁଛଟିର ୩ଟି ଗୋଡ ଥିଲା। ଗତ କିଛିଦିନ ହେବ ପଛ ଗୋଡଟି ଭାଙ୍ଗି ଯାଇଥିଲା। ଫଳରେ ସେ ଚାଲିପାରୁ ନ ଥିଲା। ଡାକ୍ତରଙ୍କ ପାଖକୁ ନେବାରୁ ତା’ ପାଇଁ ସ୍ବତନ୍ତ୍ର ହ୍ବିଲ ଚେୟାର ପ୍ରସ୍ତୁତ ପାଇଁ କହିଥିଲେ। ଏହି ହ୍ବିଲ୍‌ ଚେୟାର ଲଗାଯିବା ଫଳରେ ସେ ଏବେ ଆରାମରେ ଚାଲିପାରୁଛି ବୋଲି ସେ କହିଛନ୍ତି। ସୋଲିଆଲ ମିଡିଆରେ ଏହା ଭାଇରାଲ ହେବାପରେ ସାଣ୍ଡ୍ରାଙ୍କୁ ପ୍ରାଣୀପ୍ରୀତି ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି।

Share