ଭିନ୍ନକ୍ଷମ ପୁଅର ବୋଝ ବୋହି ବାଟ ଚାଲୁଛନ୍ତି କାନ୍ତା

ବିନିକା,୧୪ା୫(ଡି.ଏନ୍‌.ଏ.)  କାନ୍ତା ଅଗ୍ରଓ୍ବାଲ। ବୟସ ୬୨। ଜୀବନର ସାୟାହ୍ନରେ ଉପନୀତ ହେଲେ ମଧ୍ୟ ଜୀବନ ଯୁଦ୍ଧରେ ସେ ହାରିନାହାନ୍ତି। ଏବେ ବି ପରଘରେ କାମ କରି ନିଜର ଏକମାତ୍ର ଭିନ୍ନକ୍ଷମ ପୁଅକୁ ଧରି ଅଣ୍ଟା ସଳଖି ବାଟ ଚାଲୁଛନ୍ତି। ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ଏହି ବୃଦ୍ଧା ଜଣକ ବର୍ତ୍ତମାନ ଲକ୍‌ଡାଉନ୍‌ ସମୟରେ ନିଜ ଭାଗ୍ୟକୁ ଆଦରି ପଡି ରହିଛନ୍ତି।
କାନ୍ତାଙ୍କ ଘର ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗାଁ ହାଇସ୍କୁଲ ଛକରେ। ଏକ ଚାଳ ଛପର ଘରେ ଉଭୟ ମା’ ଓ ପୁଅ ରୁହନ୍ତି। ଦିନ ଥିଲା ଏହି ଘରେ କାନ୍ତା ସ୍ବାମୀ ଶଙ୍କରଲାଲ ଅଗ୍ରଓ୍ବାଲଙ୍କ ସହ ରହୁଥିଲେ। ସ୍ବାମୀ ବ୍ୟବସାୟ କରୁଥିଲେ। ହସଖୁସିରେ ତେଲଲୁଣର ସଂସାର ଚାଲିଥିଲା। ସେମାନଙ୍କ କୋଳ ମଣ୍ଡନ କରି ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଯାହାଙ୍କ ନାମ ବଜରଙ୍ଗ। ହେଲେ ପୁଅ ଜନ୍ମ ହେବା ଖୁସି ବେଶି ଦିନ ରହିଲାନି। ତା’ର ଶାରୀରିକ ଗଠନକୁ ନେଇ ଲୋକେ ଟାହିଟାପରା କରିବା ଆରମ୍ଭ । ଶଙ୍କରଙ୍କୁ ଏହା ହତୋତ୍ସାହିତ କରି ଦେଇଥିଲା। ଭିନ୍ନକ୍ଷମ ପୁଅର ଭବିଷ୍ୟତ ବିଷୟରେ ଭାବି ଭାବି ସେ ପରପାରିକୁ ଚାଲିଗଲେ। କିଛି ଦିନ ସ୍ବାମୀଙ୍କ ମୃତ୍ୟୁରେ କାନ୍ତା ଭାଙ୍ଗି ପଡିଥିଲେ। ମାତ୍ର ପୁଅ ମୁହଁକୁ ଚାହିଁ ସେ ନିଜକୁ ଦୃଢ଼ କରି ନେଇଥିଲେ। ଏବେ ବଜରଙ୍ଗଙ୍କୁ ୩୫ ବର୍ଷ। ନିଃସହାୟ ମା’ ପୁଅଙ୍କର ନିଜର ବୋଲି ଦୁନିଆରେ କେହି ନାହାନ୍ତି। କୁହାଯାଏ ମା’ ସୃଷ୍ଟିକର୍ତ୍ତାଙ୍କ ଏମିତି ଏକ ସର୍ଜ୍ଜନା, ଯାହାର ମମତା ଆଗରେ ସଂସାରର ସବୁ ସୁଖ ତୁଚ୍ଛ। ନିଜ ପିଲା ସୁନ୍ଦର ହେଉ କି ଅସୁନ୍ଦର, ସକ୍ଷମ ଥାଉ କିମ୍ବା ଭିନ୍ନକ୍ଷମ ନିଜ ସନ୍ତାନର ମୁହଁରେ ହସ ଟିକିଏ ଦେଖିବା ପାଇଁ ସେ ତା’ ଜୀବନର ସବୁ ସୁଖକୁ ବଳି ଦେବାକୁ ପଛାଇ ନ ଥାଏ। ଯାହା ଯୁଗେ ଯୁଗେ ପ୍ରମାଣିତ । ବଜରଙ୍ଗ ଜନ୍ମରୁ ଭିନ୍ନକ୍ଷମ। ହାତଗୋଡ଼ । ମୁଣ୍ଡ ଶରୀର ଗଠନ ତୁଳନାରେ ବଡ଼। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ୯୦ ପ୍ରତିଶତ ଭିନ୍ନକ୍ଷମ । କାନ୍ତା ପୁଅକୁ ଛୋଟ ପିଲା ପରି ସେବା କରିବାରେ କେବେ ବି କାର୍ପଣ୍ୟ କରିନାହାନ୍ତି। ବର୍ଷେ କି ଦୁଇବର୍ଷ ନୁହେଁ ଆଜକୁ ୩୫ ବର୍ଷ ହେଲା ସେ ତାଙ୍କର ଦେଖାଚାହଁା କରି ଆସୁଛନ୍ତି। ତାଙ୍କର ଜମିବାଡି କିଛି ନାହିଁ । ସ୍ବାମୀ ଚାଲିଯିବାର ୧୫ ବର୍ଷ ବିତିଲାଣି। ତଥାପି ସେ ଥକି ପଡିନାହାନ୍ତି। ଭିନ୍ନକ୍ଷମ ପୁଅକୁ ନେଇ କେବେ ମଧ୍ୟ ମନ ଊଣା । ନିଜ ପାଖ ପଡ଼ୋଶୀ ଲୋକଙ୍କର ଚାଉଳ, ମସଲା ପ୍ରଭୃତି ପେଷି ଯାହା ରୋଜଗାର କରନ୍ତି ସେଥିରେ ଅଭାବୀ ସଂସାର ଚଳାଇ ନିଅନ୍ତି। ଦେଶବ୍ୟାପୀ କରୋନକୁ ନେଇ ଲକ୍‌ଡାଉନ୍‌ ଯୋଗୁ କାନ୍ତାଙ୍କୁ ଦୈନିକ କାମ ମିଳିବା ବନ୍ଦ ହୋଇଯାଇଛି। ଫଳରେ ପେଟପାଟଣାକୁ ନେଇ ଚିନ୍ତା ବଢିଯାଇଛି । ପରିତାପର ବିଷୟ ଏ ପର୍ଯ୍ୟନ୍ତ ଏହି ପରିବାରକୁ ରାଶନ କାର୍ଡ ଖଣ୍ଡେ ମିଳି ପାରିନାହିଁ। ବିଧବା ଭତ୍ତା ପାଇବା ପାଇଁ ବ୍ଲକ ଅଫିସକୁ ଦୌଡି ନିରାଶ ହେବାକୁ । ତୁରନ୍ତ ବିନିକା ବ୍ଲକ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ପରେ ମାଡ଼ିଗଲା ଟ୍ରକ୍‌: ଜଣେ ମୃତ, ୩ ଗୁରୁତର

ବାଲିଗୁଡା,୧୭।୧୧: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ୫୯ ନମ୍ବର ଜାତୀୟ ରାଜପଥର ପରମପାଙ୍ଗା ନିକଟ ଇର୍ପିଗୁଡାଠାରେ ରବିବାର ରାତିରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ...

କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢ଼ିଲା, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି

କଟକ, ୧୭।୧୧: ବିବାଦ ପରେ ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା...

ପର୍ଯ୍ୟଟନଙ୍କୁ ଆକୃଷ୍ଟ ପାଇଁ ପ୍ରୟାସ: ଅଣ୍ଟା ଭିଡ଼ିଲା ହୋଟେଲ ଆସୋସିଏଶନ

ଭବାନୀପାଟଣା,୧୭।୧୧(ଉତ୍ତମ କୁମାର ଦାଶ): ଭବାନୀପାଟଣା ସ୍ଥିତ ହୋଟେଲ ମିଟ୍‌ ଟାଉନରେ ରବିବାର ସାରେ କଳାହାଣ୍ଡି ହୋଟେଲ, ରେଷ୍ଟୁରାଣ୍ଟ ଆସୋସିଏଶନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ...

ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଖଞ୍ଜୁଥିଲେ ବିସ୍ଫୋରକ ସାମଗ୍ରୀ: ମାଡ଼ି ବସିଲେ ଯବାନ

ମାଲକାନଗିରି, ୧୭।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲାରେ ଯବାନଙ୍କ ତଲାସି ଅଭିଯାନ ସମୟରେ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ମାଓବାଦୀ...

ଘରକୁ ଫେରୁଥିଲେ ବ୍ୟବସାୟୀ, ବାଟରେ ଝାମ୍ପି ନେଲେ ସୁନା, ରୁପା ଭର୍ତ୍ତି ବ୍ୟାଗ

ଲହୁଣୀପଡ଼ା,୧୭ା୧୧(ଦାଶରଥି ପଣ୍ଡା): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ହାଟରୁ ସୁନା ବ୍ୟବସାୟୀଙ୍କଠାରୁ ସୁନା ଝାମ୍ପିନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଲହୁଣୀପଡ଼ା ଥାନାରେ ଅଭିଯୋଗ...

ମାଙ୍କଡ଼ ଆତଙ୍କ: ଗୋଟିଏ ଦିନରେ ମେଡିକାଲରେ ୧୫ ଭର୍ତ୍ତି

ହିଞ୍ଜିଳିକାଟୁ,୧୭।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ରବିବାର ଅପରାହ୍ନରେ ମାଙ୍କଡ ଆତଙ୍କ ଦେଖାଦେଇଛି । ମାଙ୍କଡ଼ କାମୁଡାରେ ଗ୍ରାମର ୧୫ରୁ ଊଦ୍ଦର୍‌ବ...

ବୈକୁଣ୍ଠଧାମ ନାବାଳକ ପୂଜା ପ୍ରସଙ୍ଗ: ବେଆଇନ ନିର୍ମାଣ ଥିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଜିଲାପାଳଙ୍କ ବଡ଼ ସୂଚନା

ଖୋର୍ଦ୍ଧା,୧୭।୧୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳକଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସରକାରୀ...

୬୬୨ ବର୍ଗ ମହାବିଦ୍ୟାଳୟର ଆନ୍ଦୋଳନ ଚେତାବନୀ

କୋରାପୁଟ,୧୭ା୧୧(ଅମିତାଭ ବେହେରା): ନିଖିଳ ଓଡ଼ିଶା ୬୬୨ ବର୍ଗ (+୨ ଓ +୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ କୋରାପୁଟ ଜିଲା ଶାଖା ପକ୍ଷରୁ ଏକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri