Categories: ଜାତୀୟ

ଭିନ୍ନକ୍ଷମ ଭୋଟରଙ୍କ ପାଇଁ ପାଲିଙ୍କିର ବ୍ୟବସ୍ଥା କଲେ ନିର୍ବାଚନ କମିଶନ

ନାହାନ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ରବିବାର ଚାଲିଥିବା ବେଳେ ଏଥିରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି ସୁରୁଖୁରୁରେ ଆସି ମତଦାନ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ତେବେ ହିମାଚଳ ପ୍ରଦେଶର ନାହାନରେ ଜଣେ ୪୦ ବର୍ଷୀୟ ଭିନ୍ନକ୍ଷମ ବ୍ୟକ୍ତି ନରେଶ ଚାନ୍ଦଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନ ଯେଉଁ ବ୍ୟବସ୍ଥା କରିଛନ୍ତି ତାକୁ ନେଇ ଚର୍ଚ୍ଚା ହୋଇଛି। ନରେଶ ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ନିର୍ବାଚନ କମିଶନ ଏକ ପାଲିଙ୍କିର ବ୍ୟବସ୍ଥା କରିଥିଲେ। ୪ଜଣ ବ୍ୟକ୍ତି ତାଙ୍କୁ ଏକ ସୁନ୍ଦର ପାଲିଙ୍କିରେ ବସାଇ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିଥିଲେ। ଏବେ ଏହି କାର୍ଯ୍ୟପାଇଁ ସମସ୍ତେ ନିର୍ବାଚନ କମିଶନଙ୍କ ପ୍ରଶଂସା କରୁଛନ୍ତି।

Share