ଭିନ୍ନକ୍ଷମ ଯୁବତୀଙ୍କୁୁ ବଳାତ୍କାର, ଅଭିଯୁକ୍ତ ଗିରଫ

କପ୍ତିପଦା,୪ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଶରତ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାକତ୍ାର କରିବା ଅଭିଯୋଗରେ ଶନିବାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବାବୁଲି ବଦ୍ରା ା ପଚରାଉଚୁରା ପରେ ସେ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି। ଏଥିନେଇ ଥାନାରେ ଏକ ମାମଲା(ନଂ.୨୨/୧୯) ରୁଜୁ ହୋଇଥିଲା। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର ଶରତ ଥାନା ଯାଇ ତଦନ୍ତର ବିଭିନ୍ନ ଦିଗ ଉପରେ ଥାନାଧିକାରିଣୀ ରୀନା ବକ୍ସଲଙ୍କ ସହିତ ଆଲୋଚନା କରି ଫେରିଛନ୍ତି। ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦା ଜିଲା ମୁଖ୍ୟ ଚିକିସତ୍ାଳୟକୁ ନିଆଯାଇଥିଲା। ପୀଡିତାଙ୍କ ପରିବାର ଲୋକେ ଅତି ଗରିବ ହୋଇଥିବା ସତ୍ତ୍ୱେ ନିଜ ଖର୍ଚ୍ଚରେ ୨୨୦୦ଟଙ୍କା ବୋଲେରୋ ଭଡା କରି ବାରିପଦା ଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ା
ପୀଡିତା ଯୁବତୀ ଜଣକ ଚାଲି ପାରନ୍ତି ନାହିଁ କି ଠିକ୍‌ ଭାବେ ବସି ମଧ୍ୟ ପାରନ୍ତି ନାହିଁ ା ଗତ ୩୧ ତାରିଖ ସନ୍ଧ୍ୟା ୭ଟା ସମୟରେ ସେ ଘର ବାହାରେ ଏକ ଖଟରେ ଶୋଇଥିବା ବେଳେ ତାଙ୍କ ମାଆ ବାହାରକୁ ପାଣି ଆଣିବାକୁ ଯାଇଥିଲେ। ଏହି ସୁଯୋଗରେ ଅଭିଯୁକ୍ତ ବାବୁଲି ଯୁବତୀଙ୍କୁ ଏକୁଟିଆ ପାଇ ନିକଟସ୍ଥ ପଡ଼ିଆକୁ ଟେକି ନେଇ ବଳାକତ୍ାର କରିଥିଲେ। ପୀଡିତାଙ୍କ ମାଆ ଘରକୁ ଫେରି ଝିଅକୁ ନ ପାଇ ପଡୋଶୀଙ୍କ ସହିତ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ ଘର ନିକଟସ୍ଥ ପଡ଼ିଆରୁ ପୀଡିତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ଯୁବତୀଙ୍କ ପରିବାର ଲୋକେ ଗୁରୁବାର ଥାନାକୁ ଏତଲା ଦେବାକୁ ଯାଇଥିଲେ। ମାତ୍ର ପୋଲିସ ତାଙ୍କ କଥାକୁ ଗୁରୁତ୍ୱ ନ ଦେଇ ଶନିବାର ଆସ ବୋଲି କହିଥିଲା। ଶନିବାର ସେମାନେ ଥାନାକୁ ଯିବାରୁ ଥାନାଧିକାରିଣୀ ନାହାନ୍ତି ରବିବାର ଆସ ବୋଲି କହି ଫେରାଇ ଦିଆଯାଇଥିଲା। ତେବେ ଜଣେ ସମାଜିକ କର୍ମୀ ଘଟଣା ସମ୍ପର୍କରେ ଥାନାଧିକାରିଣୀଙ୍କୁ ଫୋନ କରି ଜଣାଇବାରୁ ମାମଲା ରୁଜୁ ହୋଇଥିଲା।