ଓ୍ବାଶିଂଟନ,୧୮।୧: ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମା ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ତଥା ମିଶେଲଙ୍କ ସ୍ବାମୀ ବାରାକ ଓବାମା ତାଙ୍କୁ ଭିନ୍ନ ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର ଓ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେ ଏହି ବିଶେଷ ଦିନରେ ମିଶେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଓବାମା ସ୍ତ୍ରୀଙ୍କ ସହ ୪ଟି ଫଟୋର ଏକ କୋଲାଜ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ କ୍ୟାମେରା ସାମ୍ନାରେ ଖୁବ୍ ମସ୍ତି କରୁଥିବା ନଜର ଆସିଛି। ଏହି ଫଟୋ ସହ ଓବାମା ଲେଖିଛନ୍ତି, ‘ଇନ୍ ଏଭ୍ରି ସିନ୍ ୟୁ ଆର୍ ମାଇଁ ଷ୍ଟାର’। ଗତବର୍ଷ ଅକ୍ଟୋବରରେ ଏହି ଦମ୍ପତି ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ।