ଭିନ୍ନ ଏକ ଧାମ, ଅନ୍ୟ ଏକ ପୀଠ ଅଲାରନାଥ: ଅଷ୍ଟମ ଦିନରେ ଅଣସର ଦର୍ଶନ

ବ୍ରହ୍ମଗିରି, ୨୫।୬(ଡି.ଏନ୍‌.ଏ.)-ଭିନ୍ନ ଏକ ଧାମ, ଅନ୍ୟ ଏକ ପୀଠ। ଯାହାର ନାମ ବ୍ରହ୍ମଗିରି ଧାମ ଆଉ ଅଲାରନାଥ ପୀଠ। ଏହି ଧାମ ତୀର୍ଥ କ୍ଷେତ୍ରର ମାନ୍ୟତା ନ ପାଇଥିଲେ ବି ଏଠାକୁ ଏବେ ଛୁଟିଆସୁଛନ୍ତି ହଜାର ହଜାର ଭକ୍ତ। ଭକ୍ତିର ଭାବରେ ନିଜକୁ ହଜାଇ ଦେଉଛନ୍ତି। ଏହି ପୀଠର ପୀଠାଧୀଶଙ୍କୁ ଦେଖି ନିଜର ସର୍ବସ୍ବ ଅର୍ପଣ କରିଦେଇଥାଏ ଭକ୍ତ। ମହାସ୍ନାନ ପରେ ଜଗନ୍ନାଥ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଇବାପରେ ପୁଣ୍ୟ ଧାମ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ ନ ପାଇ ନିରୁତ୍ସାହିତ ହୋଇ ପଡିଥାନ୍ତି ା ନିଜର ମନୋବାଞ୍ଛା ପୂରଣ କରିବା ପାଇଁ ଚାଲିଆସନ୍ତି ଏହି ବ୍ରହ୍ମଗିରି ଧାମକୁ ଏହି ପୀଠରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନକରି କୃତାର୍ଥ ହୋଇଥାନ୍ତି ା ଅଣସର ୧୪ ଦିନ ପାଇଁ ବ୍ରହ୍ମଗିରି ହୋଇଯାଇଛି ଆଉ ଏକ ପୂଣ୍ୟ ଭୂମି ା ଏହି ଅଣସର ଦର୍ଶନ ମଙ୍ଗଳବାର ଅଷ୍ଟମ ଦିନରେ ପହଞ୍ଚତ୍ଛି ା ଚଳ ଚଞ୍ଚଳ ହୋଇପଡିଛି ଏହି ଧାମ ା ରାଜ୍ୟ ତଥା ରାଜ୍ୟବାହାରର ଦଶନାର୍ଥୀଙ୍କ ଭିଡ ଲାଗିଛି ଏହି ପୀଠରେ ା ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ଶୃଙ୍ଖଳିତ ଭାବେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ପ୍ରତିଦିନ ଭଳି ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ଦୈନିକ ନୀତି କାନ୍ତି ସହିତ ସକାଳ ୬ଟାରେ ସର୍ବସାଧାରଣ ଦର୍ଶନ ହୋଇଥିଲା। ସକାଳ ଧୂପ, ଦ୍ୱିପ୍ରହର ଧୂପରେ କେବଳ ଖିରି ପ୍ରସାଦ ଭୋଗ ହୋଇ ଦିନ ୨ଟା ୩୦ମି.ରେ ପହୁଡ ପଡିଥିଲା। ପୁନଃ ୨ଟା ୪୫ମିରେ ଚିଆଁ ପହୁଡ ନୀତି ହୋଇ ସର୍ବସାଧାରଣ ଦର୍ଶନ ହୋଇଥିଲା। ୭ଟା ୧୦ ରେ ସନ୍ଧ୍ୟା ଆଳତୀ, ରାତି ୮ଟାରେ ମଇଲମ, ୮ଟା ୩୦ରେ ସର୍ବସାଧାରଣ ଦର୍ଶନ, ରାତି ୧୦ଟା ୨୦ରେ ସନ୍ଧ୍ୟା ଧୂପ, ଅନ୍ୟାନ୍ୟ ନୀତି ବଢି ରାତି ୧୦ଟା ୫୦ରେ ବଡସିଂହାର ବେଶ ହେବା ପରେ ୧୨ଟାରେ ପହୁଡ ହୋଇଥିଲା।

Share